ମାଲକାନଗିରି: ୭ ଡକାୟତ ଗିରଫ

ଭୁବନେଶ୍ଵର : ନକଲି ବନ୍ଧୁକ ଦେଖାଇ ଡକାୟତି କରୁଥିବା ଗ୍ୟାଙ୍ଗର ୭ ଜଣଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ଜବତ ହୋଇଛି ୨୫ଟି ଚୋରି ସାମଗ୍ରୀ। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରି ଶୁକ୍ରବାରଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରିକ୍ଳାଏମେସନ କଲୋନିର ଜଗନ୍ନାଥ ଦେବନାଥ, ପୁରୁଣା ମେଡିକାଲ କଲୋନିର ରାଜୁ, ଏମ୍‌.ଭି-୪୫ର ରାହୁଲ ମଇତ୍ର, ଝନ୍ତୁଲାଲ ମଣ୍ଡଳ, ଶିକ୍ଷା କଲୋନିର ସୌମ୍ୟ ରଂଜନ ପରିଡା। ଏହି ଗ୍ୟାଙ୍ଗରେ ୨ ଜଣ ନାବାଳକ ସାମିଲ ଥିଲେ ବୋଲି ଏସପି କହିଛନ୍ତି।

ମତାମତ ଦିଅନ୍ତୁ ।