ମିଥ୍ୟା ମାମଲାରେ ଗିରଫର ପ୍ରତିବାଦ, ବେଦାନ୍ତ ସମ୍ମୁଖରେ ମହିଳାଙ୍କ ଧାରଣା

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପୋଲିସର ମିଥ୍ୟା ମାମଲାରେ ଗିରଫ କରିଥିବା ପ୍ରତିବାଦରେ ବେଦାନ୍ତ ରିଫାଇନାରୀ ମୁଖ୍ୟ ଗେଟ୍ ସମ୍ମୁଖରେ ଛତ୍ରପୁର ଗାଁ ମହିଳାଙ୍କ ଧାରଣା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ଗଣ୍ଡଗୋଳ ବେଳେ ଓଏସଫ ଯବାନ ଓ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ ୩୭ଜଣଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଥିବା ବେଳେ ତିନି ଶହରୁ ଅଧିକ ଲୋକଙ୍କର ସଂପୃକ୍ତି ଦର୍ଶାଇଛି । ବହୁ ନିରୀହ ଲୋକଙ୍କ ନାମରେ ହୋଇଛି ମାମଲା। ବେଦାନ୍ତ ଇଙ୍ଗିତରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ମାମଲା କରୁଥିବା ଗ୍ରାମବାସୀ ଅଭିଯୋଗ ଆଣି ଆନ୍ଦୋଳନକାରୀଙ୍କ ମୃତ୍ୟୁ ମାମଲାରେ ପୋଲିସ ବିରୋଧରେ କାର୍ଯାନୁଷ୍ଠାନ ଦାବି କରିଛନ୍ତି ।

ମତାମତ ଦିଅନ୍ତୁ ।