ମୁସଲମାନ ମହିଳାଙ୍କୁ ନ୍ୟାୟ ମିଳିଛି: ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର: ସଂସଦର ଉଭୟ ଗୃହରେ ତିନି ତଲାକ ବିଲ ପାସ ହେବା ପରେ ଏହା ଉପରେ ଖୁସି ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁସଲମାନ ମହିଳାଙ୍କ ପାଇଁ ଏହା ଐତିହାସିକ ପଦକ୍ଷେପ ବୋଲି ସେ କହିଛନ୍ତି। ଆଜି କୋଟି କୋଟି ମୁସଲମାନ ମାଆ-ଭଉଣୀଙ୍କର ବିଜୟ ହୋଇଛି। ତାଙ୍କୁ ସମ୍ମାନର ସହ ବଞ୍ଚିବାର ମିଳିଛି ହକ। ତିନି ତଲାକ କୁପ୍ରଥାର ପୀଡିତ ମୁସଲମାନ ମହିଳାଙ୍କୁ ନ୍ୟାୟ ମିଳିଥିବା ବେଳେ ଏହି ଐତିହାସିକ ମୂହୂର୍ତ୍ତରେ ସମସ୍ତ ସାଂସଦଙ୍କ ଆଭାର ପ୍ରକଟ କରୁଛି ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁସଲମାନ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଦେଶର ସମସ୍ତ ମୁସଲମାନ ଭଉଣୀଙ୍କୁ ତିନି ତଲାକର ଅଭିଶାପରୁ ମୁକ୍ତି ମିଳିଛି। ଏଣିକି ସୀମାନେ ସମାଜରେ ସମ୍ନାନର ସହ ବଞ୍ଚିବାର ଅଧିକାର ପାଇଛନ୍ତି । 

ମତାମତ ଦିଅନ୍ତୁ ।