ମେୟରଙ୍କ ପୁଅ ଆଖି ମାରୁଥିବା ଅଭିଯୋଗ ଆଣିଲେ ମହିଳା କର୍ପୋରେଟର

ନୂଆଦିଲ୍ଲୀ : ମେୟରଙ୍କ ପୁଅ ଆଖି ମାରିବା ଘଟଣାକୁ ନେଇ ପାଟଣା ମହାନଗର ନିଗମ ବୈଠକରେ କର୍ପୋରେଟରମାନେ ହୋହଲ୍ଲା କରିଛନ୍ତି। ପିଙ୍କି କୁମାରୀ ନାମକ ଜଣେ ମହିଳା କର୍ପୋରେଟର ଏହି ଅଭିଯୋଗ ଆଣିବା ପରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି। ପିଙ୍କି କୁମାରୀ ଏନେଇ କୋତବାଲି ଥାନାରେ ମାମଲା ଦାୟର କରିବେ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ ବିହାରରେ ତିନି ଦିନିଆ ଶୋକ ପାଳନ କରାଯାଉଥିବା ବେଳେ ପାଟଣା ମହାନଗର ନିଗମ ବୈଠକ ଡକାଯିବାରୁ କେତେକ କର୍ପୋରେଟର ଏହାର ବିରୋଧ କରିଥିଲେ। ଏହାକୁ ନେଇ ବୈଠକରେ ହୋହଲ୍ଲା ଆରମ୍ଭ ହୋଇଥିଲା। ବିରୋଧୀ କର୍ପୋରେଟରମାନଙ୍କ ଦାବିଥିଲା ଯେଉଁ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ତାଙ୍କୁ ପଦରୁ ହଟାଯାଉ। ଏହି ପ୍ରସଙ୍ଗରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହାସହିତ ଯୋଡି ହୋଇଯାଇଥିଲା ମେୟରଙ୍କ ପୁଅ ଆଖି ମାରିବା ଇସ୍ୟୁ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେୟରଙ୍କ ପୁଅ। ସେ କହିଛନ୍ତି ତାଙ୍କ ବିରୋଧରେ ଷଡଯନ୍ତ୍ର କରି ଫସାଇବାକୁ ପ୍ରୟାସ କରାଯାଉଛି।

ମତାମତ ଦିଅନ୍ତୁ ।