ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ

ନୂଆଦିଲ୍ଲୀ : ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ। ନବରାତ୍ର ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଆଗକୁ ଆସୁଥିବା ଗରବା, ଦୁର୍ଗାପୂଜା, ଦୀପାବଳି, ଛଟ୍‌ପୂଜା ପାଇଁ ବି ସେ ଜଣାଇଛନ୍ତି ଅଭିନନ୍ଦନ। ଲତା ମଙ୍ଗେସକରଙ୍କ ୯୦ତମ ଜନ୍ମଦିନ ଲାଗି ମୋଦି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ଦେଶବାସୀଙ୍କୁ ପ୍ରଧାନନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଉ କହିଛନ୍ତି ଏହା କ୍ଷତି କାରକ।

ମତାମତ ଦିଅନ୍ତୁ ।