ମୋଦି ସରକାର ଶହେ ଦିନରେ ଓଡିଶାକୁ ଦେଇଛି ୧୬ ହଜାର ୬୦୫ କୋଟି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ଶହେ ଦିନରେ ଓଡ଼ିଶାକୁ ୧୬ହଜାର ୬୦୫.୨କୋଟି ଟଙ୍କା ମିଳିଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନସୁକ୍ ମଣ୍ଡଭିୟା।

ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ମଣ୍ଡଭିୟା ଓଡ଼ିଶାକୁ କେଉଁ ବାବଦରେ କେତେ ଟଙ୍କା ଦିଆଯାଇଛି ତାହାର ହିସାବ ଦେଇଛନ୍ତି। ସେ କହିଛନ୍ତି ବାତ୍ୟା ଫୋନି ପାଇଁ ଓଡ଼ିଶାକୁ ୪ହଜାର ୬୭୮.୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କାମ୍ପା ଫଣ୍ଡରେ ୫ହଜାର ୯୩୩.୯୮କୋଟି ଓ ରେଲୱେ ବଜେଟରେ ରାଜ୍ୟକୁ ୫ ହଜାର ୯୯୩ କୋଟି ଟଙ୍କା ମିଳିଛି।

ଏହି ଅବସରରେ କେନ୍ଦ୍ର ସରାକରଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରିବା ସହିତ ବାତ୍ୟାରେ ବାରମ୍ବାର ଓଡ଼ିଶା କ୍ଷତି ସହୁଥିବାରୁ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ତିଆରି କରିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ଓ ଭୁବନେସ୍ଵର ସାଂସଦ ଅପରାଜିତା ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।