ମୋଦୀଙ୍କ ଇନ୍‌ଷ୍ଟା ଫଲୋର୍ସ ସଂଖ୍ୟା ୩୦ ମିଲିୟନ୍‌ ଟପିଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସଙ୍କ ସଂଖ୍ୟା ରବିବାର ୩୦ ମିଲିୟନ୍‌ ଟପିଛି। ସେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ପଛରେ ପକାଇ ଦେଇଛନ୍ତି। ଓ୍ଵିଡୋଡୋଙ୍କ ଇନ୍‌ଷ୍ଟାରେ ଫଲୋର୍ସ ସଂଖ୍ୟା ୨୫.୬ ମିଲିୟନ୍‌ ଥିବା ବେଳେ ଓବାମାଙ୍କର ୨୪.୮ ମିଲିୟନ୍‌ ଫଲୋର୍ସ ଅଛନ୍ତି। ମୋଦୀଙ୍କ ଫଲୋର୍ସ ସଂଖ୍ୟା ସମ୍ପର୍କରେ ବିଜେପିର ସୋସିଆଲ୍‌ ମିଡିଆ ମୁଖ୍ୟ ଅମିତ ମାଲଭିୟ ଏକ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।