ମୋଦୀଙ୍କ ଦୀପାବଳି ପାଳନ ପୂର୍ବରୁ ପାକ୍ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁକାଶ୍ମୀରର ରାଜୌରିରେ ଦୀପାବଳି ପାଳନ କରିବା ପୂର୍ବରୁ ପାକିସ୍ତାନ ସେନା ସୁନ୍ଦରବନି ଅଂଚଳରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ସୀମାରେ ଥିବା ଭାରତର ପୋଷ୍ଟକୁ ଟାର୍ଗେଟ କରିବା ଯୋଗୁ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ମୁହଁତୋଡ ଜବାବ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଥାଉ ଜମ୍ମୁ ଓ କଶ୍ମୀରରେ ନିୟନ୍ତ୍ରଣ ରେଖାରେ ପହରା ଦେଉଥିବା ଯବାନମାନଙ୍କ ସହ ଦୀପାବଳି ପାଳିବା ନିମନ୍ତେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ରାଜୌରି ଜିଲ୍ଲାରେ ପହଞ୍ଚିଛନ୍ତି। ଆଜି ସେଠାରେ ପଦାତିକ ବାହିନୀ ଦିବସ ପାଳନ ହେଉଛି।

ମତାମତ ଦିଅନ୍ତୁ ।