ମୋ ବସରେ ମାଗଣାରେ ଖବରକାଗଜ ପଢିବାର ସୁଯୋଗ

ଭୁବନେଶ୍ୱର: ମୋ ବସରେ ଯାତ୍ରୀଙ୍କୁ ମିଳିବ ମାଗଣା ଖବରକାଗଜ ପଢିବାର ସୁବିଧା। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ। ଆଜିଠାରୁ ଏହି ସେବା ୪୪ଟି ଏସି ବସରେ ଆରମ୍ଭ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ବସରେ ଅନୁରୂପ ସେବା ପ୍ରଚଳନ କରାଯିବ। ଏହାର ଶୁଭାରମ୍ଭ କରିଛନ୍ତି କୃଟ ଏମ୍‌ଡି ଅରୁଣ ବୋଥ୍ରା। ବର୍ତ୍ତମାନ ଇଂରାଜୀ ଖବରକାଗଜର ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର ଯାତ୍ରୀଙ୍କ ପାଇଁ ଓଡ଼ିଆ ଖବରକାଗଜ ଉପଲବ୍ଧ ହେବ।

ସୂଚନାଯୋଗ୍ୟ ନଭେମ୍ବର ୬ ତାରିଖରେ ‘ମୋ ବସ୍‌’ ସେବାର ଶୁଭ ଉଦ୍‌ଘାଟନ କରାଯାଇଥିଲା। ଏହି ସେବାରେ ବସଗୁଡ଼ିକରେ ଓ୍ଵାଇଫାଇ ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି।

ମତାମତ ଦିଅନ୍ତୁ ।