ଯାଜପୁର: ବେଆଇନ ପଥର ଚାରି ଉପରେ ଲାଗିଲା ଅଙ୍କୁଶ, ୧୪୪ ଧାରା ଜାରିକଲା ପ୍ରଶାସନ

ଭୁବନେଶ୍ଵର : ଯାଜପୁର ଜିଲ୍ଲାରେ ପଥର ମାଫିଆଙ୍କ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ଆଜି ଧର୍ମଶାଳା ତହସିଲ ଅନ୍ତର୍ଗତ ସାହାଣୀଡିହ, ଅଞ୍ଜିରା, କୁସୁନପୁର ବିଛାଖଣ୍ଡି ମୌଜାରେ ଥିବା କଳାପଥର ଖାଦାନ ସମେତ ରାଇଛନ୍ଦାର ବାଲି ଘାଟରେ ଜାରି କରାଯାଇଛି ୧୪୪ ଧାରା।

ବୁଧବାର ଧର୍ମଶାଳା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ୧୪୪ ଧାରା ଜାରି ହୋଇଛି। ଦୁଇ ସେକ୍ସନ ଫୋର୍ସ ଏଥିରେ ସାମିଲ ହୋଇଥିଲେ। ସୂଚନା ଅନୁଯାୟୀ ଏହି ଅଂଚଳରେ ପଥର ମାଫିଆ ବିନା ଲିଜରେ ପଥର ଖଣିମାନଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ପଥର ଚାଲାଣ କରୁଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଆଧାର କରି ଏସବୁ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଅଭିଯୋଗର ସତ୍ୟତା ଜଣାପଡିବା ପରେ ୧୪୪ ଧାରା ଜାରି କରାଯାଇଛି।

ମତାମତ ଦିଅନ୍ତୁ ।