ଯାତ୍ରା ହାସ୍ୟ ଅଭିନେତାଙ୍କୁ ହତ୍ୟା

ଭୁବନେଶ୍ଵର : ବାଲେଶ୍ୱର ଜିଲ୍ଲା ଭୋଗରାଇ ଜୟରାମପୁରରେ ଜଣେ ଯାତ୍ରା ହାସ୍ୟ ଅଭିନେତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ନାଁ ତ୍ରିଲୋଚନ ରଣଜିତ। ଘର ବାଲିଆପାଳ ଥାନା ଅନ୍ତର୍ଗତ କଟିସାହି ଗାଁରେ। ସେ ‘ଶୁଭଲକ୍ଷ୍ମୀ’ ନାମକ ଏକ ଯାତ୍ରାପାର୍ଟିରେ ଅଭିନୟ କରୁଥିଲେ।

ଗତକାଲି ସନ୍ଧ୍ୟାରେ ତ୍ରିଲୋଚନ ଭୋଗରାଇ ହାଟକୁ ବୁଲିବାକୁ ଯାଇ ଆଉ ପାର୍ଟିକୁ ଫେରି ନଥିଲେ। ଶନିବାର ସକାଳେ ତାଙ୍କ ମୃତ ଦେହ ଏକ କ୍ୟାବିନ୍‌ ପଛରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଭୋଗରାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକ ତ୍ରିଲୋଚନ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଥାନାରେ ଏତଲା ପରେ ପୋଲିସ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି।

ମତାମତ ଦିଅନ୍ତୁ ।