ଯାତ୍ରୀବାହୀ ବସ୍‌ ଓଲଟିଲା, ୫ ଜଣ ଗୁରୁତର

ଭୁବନେଶ୍ଵର : ଆଜି ଭୋରରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ାଛକ ନିକଟରେ ‘ପ୍ରମୋଦା’ ନାମକ ଏକ ଯାତ୍ରୀବାହୀ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣ ଯାତ୍ରୀଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଏହି ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିଲା।

ମତାମତ ଦିଅନ୍ତୁ ।