ଯାତ୍ରୀବାହୀ ବସ୍ ଓଲଟି ୯ ଆହତ

ଭୁବନେଶ୍ଵର : ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ଛକ ନିକଟରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ମର୍ମନ୍ତୁଦ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ୯ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ‘ଶ୍ରୀ ଦୁର୍ଗା’ ନାମକ ଯାତ୍ରୀବାହୀ ବସ୍‌ ଆଜି ସକାଳେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ବୀରଗୋବିନ୍ଦପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୀରଗୋବିନ୍ଦପୁର ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ୨ଜଣ ଯୁବକ ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ସେମାନଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା।

ମତାମତ ଦିଅନ୍ତୁ ।