ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୩୦ ଆହତ

ଭୁବନେଶ୍ଵର : କୋଟଗଡ଼ରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ‘ଦୀପକ’ ନାମକ ଯାତ୍ରୀବାହୀ ବସ୍‌ ଘାଟିରୁ ଖସିପଡିବାରୁ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କନ୍ଧମାଳ ଜିଲ୍ଲା କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁଯାୟୀ ୫୦ରୁ ୬୦ ଜଣ ଯାତ୍ରୀଙ୍କୁ ଧରି ‘ଦୀପକ’ ନାମକ ଏକ ଯାତ୍ରୀବାହୀ ବସ୍‌ କୋଟଗଡ଼ରୁ ଜୁନାଗଡ଼ ଅଭିମୁଖେ ଯାଉଥିଲା। ଆଡାରି ନିକଟ ଡଡୁମା ଘାଟିରେ ହୋଇଥିଲା ଦୁର୍ଘଟଣାଗ୍ରସ୍ତ। ବସଟି ପୋଲ ଉପରୁ ତଳକୁ ଖସିପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୋଟଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଗୁରୁତର ଆହତଙ୍କୁ ବାଲିଗୁଡ଼ା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।