ଯୁକ୍ତ୨ ପୃଥକୀକରଣ ନେଇ ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଯୁକ୍ତ ତିନିରୁ ଯୁକ୍ତ ଦୁଇ ପୃଥକୀକରଣ ପ୍ରସଙ୍ଗ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସ୍ପୁଲ୍‌ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଏହି ମିଳିତ ବୈଠକରେ ଉଭୟ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ଯୁକ୍ତ ଦୁଇରେ ଶିକ୍ଷକ ଅଭାବ ରହିଲେ ଯୁକ୍ତ ୩ ଶିକ୍ଷକଙ୍କୁ ନିୟୋଜିତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି କର୍ମଚାରୀ ବଣ୍ଟନ, ଜମିଜମା ସମସ୍ୟା, ଭିତ୍ତିଭୂମିର ସଠିକ ପରିଚାଳନା ଆଦି ନିଷୟରେ ଆଲୋଚନା ହୋଇଥିବା ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।