ଯୁବତୀଙ୍କ ସହ କୁଖ୍ୟାତ ବିଲଡର କମଳେଶ ରାମାଣୀ ଗିରଫ

ନୂଆଦିଲ୍ଲୀ : ଗୁଜୁରାତର କାଲୱାର ରୋଡସ୍ଥିତ ତୁଲିପ୍ ଫ୍ଲାଟ୍‌ରୁ ବିଲଡର କମଳେଶ୍‌ ରାମାଣୀକୁ ପୋଲିସ ଗିରଫ କରିଛି। ଉଦ୍ଧାର ହୋଇଛି ଜଣେ ଯୁବତୀ। ପୋଲିସ କହିଛି କମଳେଶ୍‌ ନାମରେ ବଳତ୍କାର, ଏସିଡ୍‌ ଆକ୍ରମଣ ଓ ଫାୟାରିଂ ଭଳି ୧୭ଟି ମାମଲା ରହିଛି। ନିଶାଦେଇ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ତୁଲିପ୍ ଫ୍ଲାଟରେ ଯୁବତୀଙ୍କ ସହ କମଳେଶ ରହିଥିବା ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ଯୁବତୀଙ୍କ ସମ୍ପର୍କରେ ପୋଲିସ ଜାଣିବା ପାଇଁ ପଚରାଉଚାର କରିବାରୁ ସେ କହିଥିଲେ ତାଙ୍କ  ନାଁ ରୋଶନି (ଛଦ୍ମନାମ)। ସେ ନିଜ ଇଚ୍ଛାରେ କମଳେଶ ପାଖକୁ ଯାଇଥିଲେ। ଯୁବତୀ ଜଣକ କମଳେଶଙ୍କ ପ୍ରେମିକା ଥିବାରୁ ସେ ମୁହଁ ଲୁଚାଇଥିଲେ। ପୋଲିସ କହିଥିଲେ ବି ଯୁବତୀ ମୁହଁ ଦେଖାଇ ନଥିଲେ।

ରାଜକୋଟରେ କମଳେଶଙ୍କ ନାଁରେ ବିଭିନ୍ନ ଅଭିଯୋଗ ରହିଛି। ବିଲଡର ନାଁ କହି କୋଟି କୋଟି ଟଙ୍କା ଠକେଇ କରିଛି। ତେଣୁ ତାଙ୍କୁ ବଦନାମ ବିଲଡର ଭାବେ ସମସ୍ତେ ଜାଣନ୍ତି। ଆହୁରି ଜଣାପଡିଛି ପାଖରେ ଅଧିକ ଟଙ୍କା ଥିବାରୁ କମଳେଶ ଅପରାଧ କରିବାକୁ କୁଣ୍ଠାବୋଧ କରେ ନାହିଁ। ପୋଲିସକୁ ବି ସେ ଏହି ସୂଚନା ଦେଇଛି। ସବୁଥର ଖସିଯାଉଥିଲା। ଏଥର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ପୋଲିସ କମିଶନର ମନୋଜ ଅଗ୍ରଓ୍ବାଲ କହିଛନ୍ତି କମଳେଶଙ୍କୁ ଗିରଫ ପରେ ବଡୋଦରା ଜେଲକୁ ପଠାଇ ଦିଆଯାଇଛି।

ମତାମତ ଦିଅନ୍ତୁ ।