ରଣପୁରରେ ଆଇନ ସଚେତନତା ଦିବସ

ଭୁବନେଶ୍ଵର : ରଣପୁର ଏନଏସି ଅନ୍ତର୍ଗତ ମା ମଣିନାଗ ଦୁର୍ଗା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସାମାଜିକ ଆଇନ ସଚେତନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରଣପୁର କୋର୍ଟର ବିଚାରପତି ଇପସିତା ନନ୍ଦ , ବରିଷ୍ଠ ଆଇନଜୀବି ସୁବାଶ ଚନ୍ଦ୍ର ଜେନା, ଏନଏସି ଉପାଧକ୍ଷ ତଥା ଅଇନଜୀବି ପ୍ରିୟବ୍ରତ ପ୍ରହରାଜ, ଶ୍ରୀକାନ୍ତ ସାହୁ ଓ କଲେଜର ଅକ୍ଷଧ ବିଭୁ ପ୍ରସାଦ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଏସିଡ ଆକ୍ରମଣରୁସୁରକ୍ଷା ଓ ଆଇନର ବିଭିନ୍ନ ଦିଗ ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟ କ୍ରମରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।