ରତ୍ନପଥର ଖଣିରେ ଭୂସ୍ଖଳନ, ୫୦ ମୃତ

ନୂଆଦିଲ୍ଲୀ : ଉତ୍ତର ମିଆଁମାର ଅନ୍ତର୍ଗତ ଏକ ଜେଏଡ୍ (ସବୁଜ ରଙ୍ଗର ରତ୍ନପଥର) ଖଣିରେ ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ଭଙ୍ଗାରୁଜା ଆବର୍ଜନା ସ୍ତୂପ ତଳେ ପ୍ରାୟ ୫୦ ଜଣ ପୋତି ହୋଇ ମୃତ୍ୟୁବରଣ କରିଛନ୍ତି। ଖବର ଅନୁଯାୟୀ ଖଣି ଶ୍ରମିକମାନେ କାଚିନ୍ ପ୍ରଦେଶର ‌‌ଜେଏଡ୍ ସମୃଦ୍ଧ ହ୍ପାକାନ୍ତ ଅଞ୍ଚଳରେ ରତ୍ନ ପଥର ସଂଗ୍ରହ କରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ଯୋଗୁଁ ଗୋଟାଏ କାଦୁଅ ସ୍ରୋତ ଆସି ସେମାନଙ୍କୁ ପୋତି ପକାଇଥିବା ଫାୟାର୍ ସଭିଁସ୍ ଏକ ଫେସ୍‌ବୁକ୍ ପୋଷ୍ଟ୍‌ରେ କହିଛି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମତାମତ ଦିଅନ୍ତୁ ।

Back to top button