ରଦ୍ଦ ହେବ ୩ଟି ରାଜନୈତିକ ଦଳର ରାଷ୍ଟ୍ରୀୟ ମାନ୍ୟତା!

ନୂଆଦିଲ୍ଲୀ: ନିର୍ବାଚନ ପ୍ରଦର୍ଶନ ଆଧାରରେ ରଦ୍ଦ ହେବ ରାଜନୈତିକ ଦଳର ରାଷ୍ଟ୍ରୀୟ ମାନ୍ୟତା । ଏଭଳି ଆଶଙ୍କା ପ୍ରକାଶ ପାଇଥିବାରୁ ଟିଏମସି, ଏନସିପି ଓ ସିପିଆଇକୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ୍ ଜାରି କରିବେ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି ।

ସୂଚନା ହେଲା ନିର୍ବାଚନୀ ଦଳୀୟ ଚିହ୍ନ ନିୟମ ୧୯୬୮ ଅନୁଯାୟୀ ଯଦି କୌଣସି ରାଜନୈତିକ ଦଳ ୪ କିମ୍ବା ଏହାଠାରୁ ଅଧିକ ରାଜ୍ୟରେ ଲୋକସଭା ବା ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୬ ପ୍ରତିଶତ ଭୋଟ ହାସଲ ନକରେ ତେବେ ରାଷ୍ଟ୍ରୀୟ ମାନ୍ୟତା ରହିବା ନାହିଁ । ଯଦି କୌଣସି ରାଜନୈତିକ ଦଳ ସାଧାରଣ ନିର୍ବାଚନରେ ୪ଟି ଆସନ ହାସଲ କରିଥିବେ କିମ୍ବା ଲୋକସଭାରେ ୨ ପ୍ରତିଶତ ଆସନ ଏବଂ ୩ଟି ରାଜ୍ୟରେ ଏମାନଙ୍କ ସଦସ୍ୟ ବିଜୟୀ ହୋଇଥିବେ ତାହେଲେ ଦଳର ରାଷ୍ଟ୍ରୀୟ ମାନ୍ୟତା ବଜାୟ ରହିବ।

ଅନ୍ୟପକ୍ଷରେ ଟିଏମସି, ବିଜେପି, ବିଏସପି, ସିପିଆଇ, ଜାତୀୟ କଂଗ୍ରେସ, ଏନସିଏଫ ଏବଂ ମେଘାଳୟର ନ୍ୟାସନାଲ ପିପୁଲ୍ସ ପାର୍ଟି ପାଖରେ ବର୍ତ୍ତମାନ ରାଷ୍ଟ୍ରୀୟ ଦଳୀୟ ମାନ୍ୟତା ରହିଛି । 2019 ସାଧାରଣ ନିର୍ବାଚନ ପରେ ଟିଏମସି, ଏନସିପି ଏବଂ ସିପିଆଇ ଦଳର ପ୍ରଦର୍ଶନ ରିପୋର୍ଟକୁ ତର୍ଜମା କରାଯାୟୀ ନିର୍ବାଚନ ଆୟୋଗ ପକ୍ଷରୁ ଖୁବ୍ ଶୀଘ୍ର ନୋଟିସ୍ ଜାରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ମତାମତ ଦିଅନ୍ତୁ ।