ରାଉରକେଲାରେ ସେକ୍ସ ରାକେଟ୍‌ ଠାବ, ୩ ଯୁବତୀ ଉଦ୍ଧାର, ୨ ଗ୍ରାହକ ଗିରଫ

ଭୁବନେଶ୍ଵର : ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ କରିଛି ସେକ୍ଟର-୧୫ ଥାନା ପୋଲିସ। ଚଢଉ ସମୟରେ ଘଟଣାସ୍ଥଳରୁ ୩ ଯୁବତୀଙ୍କୁ ଉଦ୍ଧାର କାଯାଇଥିବା ବେଳେ ଦୁଇ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ରାଉରକେଲା ସେକ୍ଟର-୧୭ ଅଞ୍ଚଳର ଆରଏସପି କ୍ଵାର୍ଟରରେ ସେକ୍ସ ରାକେଟ୍ ଚାଲିଥିବା ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ପୋଲିସ ଟିମ୍ ଗତକାଲି ବିଳମ୍ବିତ ରାତିରେ କରିଥିଲା ଚଢଉ। ଚଢାଉ ବେଳେ ପୋଲିସ ସେଠାରୁ ୩ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି। ରାକେଟ୍ ର କିଙ୍ଗପିନ୍ ବି ହୋଇଛି ଗିରଫ। ଏହି କାରବାରରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ପୋଲିସ ତାହାର ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।