ରାଉରକେଲା : ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ୍‌ (ଆଇଜିଏଚ୍‌)ରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେ ଜଣେ ୬୪ ବର୍ଷିୟ ପୁରୁଷ। ବୁଧବାର ଦିନ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ଗତକାଲି ଅପରାହ୍ଣରେ ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ‌ଆସିବାରୁ କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁ କରୋନା ନା ଅନ୍ୟ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ସୂଚନା ମିଳିନି। ଆକ୍ରାନ୍ତଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ର ୩ ଜଣ ଡାକ୍ତରଙ୍କ ସମେତ ୧୧ ଜଣ ଷ୍ଟାଫ୍‌ଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।

ମତାମତ ଦିଅନ୍ତୁ ।