ରାଉରକେଲା : ସଡକ ଦୁର୍ଘଟଣାଏ ୨ ଗୁରୁତର, ଜଣେ ଆହତ

ରାଉରକେଲା : ଜାତୀୟ ରାଜପଥ-୧୪୩ରେ ସୋମବାର ଅପରାହ୍ନ ୪.୩୦ ମିନିଟ ସମୟରେ ଏକ କ୍ୟାମ୍ପର ଜାତୀୟ ରାଜପଥ- ୧୪୩ ଦେଇ ଯାଉଥିବା ସମୟରେ ପଛପଟୁ ଏକ ୧୨ ଚକିଆ ଟ୍ରକ ଧକ୍କା ଦେଇ କ୍ୟାମ୍ପରର ଡାଲା ଉପରେ ଚଢି ଯିବାରୁ କ୍ୟାମ୍ପରଟି ସଂପୂର୍ଣ୍ଣ ଭାବେ ଚୁନା ହୋଇ ଯାଇଛି । ଏହି ଦୁର୍ଘଟଣାରେ କ୍ୟାମ୍ପରରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିବା ବେଳେ, କ୍ୟାମ୍ପର ଚାଳକ ଆହତ ହୋଇଥିବା ଖବର ମିଳିଛି । ଗୁରୁତର ଆହତ ଦ୍ୱୟ ହେଲେ ଦୀପକ ପାଣି ଓ ରାମବାବୁ । କ୍ୟାମ୍ପରର ଚାଳକ ପ୍ରଶାନ୍ତ ସେଠୀ ଆହତ ହୋଇଛନ୍ତି । ଜଲଦା ପୁଲିସ ୨ଟି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ମତାମତ ଦିଅନ୍ତୁ ।