ରାଜକନିକା: ବୃଦ୍ଧଙ୍କ ଜୀବନ ନେଲା ଆଜବେଷ୍ଟସ

ଭୁବନେଶ୍ଵର : ସାମୁଦ୍ରିକ ବାତ୍ୟା ବୁଲବୁଲ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଜଣଙ୍କର ଜୀବନ ନେଇଛି। ଘରର ଆଜବେଷ୍ଟସ ଭାଙ୍ଗି ଉପରେ ପଡିବାରୁ ୭୦ବର୍ଷୀୟ ବୃଦ୍ଧ ଗଣେଶ୍ୱର ମଳିକଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ରାଜକନିକା ଥାନା ଅନ୍ତର୍ଗତ ଗଜରାଜପୁର ଗାଁର ଗଣେଶ୍ୱର ଆଜି ସକାଳେ ଘରେ ଶୋଇଥିବା ବେଳେ ହଠାତ୍‌ ପବନରେ ଏକ ଆଜବେଷ୍ଟସ ଉଡ଼ି ଆସି ତାଙ୍କ ଉପରେ ପଡିଥିଲା। ଘଟସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ମତାମତ ଦିଅନ୍ତୁ ।