ରାଜଧାନୀରେ ପୁଣି ଏନକାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ଵର : ରାଜଧାନୀରେ ବଢୁଥିବା ଅପରାଧକୁ ରୋକିବା ପାଇଁ କଠୋର ହୋଇଛି କମିଶନରେଟ୍‌ ପୋଲିସ। ଗୁଳିରେ ସାବାଡ କରିବାକୁ ନେଇଛି ନିଷ୍ପତ୍ତି। ଯାହାଫଳରେ ଅପରାଧିଙ୍କ ନିଦ ହଜିବ। ୨୪ ଘଣ୍ଟା ନପୁରୁଣୁ ପୁଣି ଡବଲ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁଇ ଅପରାଧୀ ସିପୁନ କବି (ସିଲୁ) ଓ ହରେକୃଷ୍ଣ ସ୍ୱାଇଁ (ହରି) ଆହତ ହୋଇଥିବା ବେଳେ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ ସିଲୁ ଓ ହରି ଥିବା ସୂଚନା ପାଇ ପୋଲିସ ଟିମ୍‌ ସେଠାରେ ପହଁଚିଥିଲା। ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳିକରି ଖସି ଯିବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସର ପାଲଟା ଗୁଳିରେ ଦୁଇଜଣଙ୍କୁ କାବୁ କରାଯାଇଥିଲା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ରାଉଣ୍ଡ ଗୁଳି, ଗୋଟିଏ ଖେଳନା ବନ୍ଧୁକ, ବାଇକ୍‌ ଓ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତକାଲି ଟଙ୍କପାଣି ରୋଡ଼୍‌ ଏନ୍‌କାଉଣ୍ଟରରେ ଆହତ ହୋଇଥିବା ଅରୁଣ ଓ ବିବେକଙ୍କ ଗ୍ୟାଙ୍ଗର ଏ ଦୁଇଜଣ ସଦସ୍ୟ ବୋଲି ଜଣାପଡ଼ିଛି ।

ମତାମତ ଦିଅନ୍ତୁ ।