ରାଜଧାନୀରେ ସେକ୍ସ ରାକେଟ୍ : ଗେଷ୍ଟ ହାଉସ୍‌ରୁ ୩ ଯୁବତୀ ଉଦ୍ଧାର, ୨ ଗ୍ରାହକ ଗିରଫ

ଭୁବନେଶ୍ଵର : ରାଜଧାନୀରୁ ସେକ୍ସ ରାକେଟ୍ ଠାବ ହୋଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟସ୍ଥ ସମସ୍ତି ଗେଷ୍ଟ୍ ହାଉସ ଉପରେ ଖଣ୍ଡଗିରି ପୋଲିସ ଚଢଉ କରି ୩ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଗିରଫ ହୋଇଛନ୍ତି ୨ ଜଣ ଗ୍ରାହକ। ତେବେ ସେକ୍ସ ରାକେଟ୍‌ ର ମୁଖୟ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାଜଧାନୀର ବିଭିନ୍ନ ଗେଷ୍ଟ ହାଉସ୍ ଏବଂ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍ ଚାଲିଥିବା ପୋଲିସକୁ ସୂଚନା ମିଳିଛି। ସେହି ଆଧାରରେ ବିଭିନ୍ନ ଗେଷ୍ଟ ହାଉସ୍ ଉପରେ ପୋଲିସ ଚଢଉ ଜାରି ରଖିଛି।

ମତାମତ ଦିଅନ୍ତୁ ।