ରାଜନଗରରେ ଭୟାବହ ଅଗ୍ନିକାଣ୍ଡ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଓ ଗୋଟିଏ କ୍ୟାବିନ ଜଳି ଯାଇଛି। ୨୦୦ ପାରା ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ରାଜନଗର ଗାଁର ଅଭିରାମ ମହାନ୍ତିଙ୍କ କ୍ୟାବିନରେ ନିଆଁ ଜଳୁଥିଇବା ଦେଖି ଲୋକେ ତାଙ୍କ ପରିବାରକୁ ଡାକିଥିଲେ। ସେମାନେ ନିଦରୁ ଉଠିଲା ବେଳକୁ ନିଆଁ ଘରକୁ ବ୍ୟାପି ସାରିଥିଲା। ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇନଥିବାରୁ ଘରକୁ ପଶି ପାରିନଥିଲେ। ବିଦ୍ୟୁତ କାର୍ଯ୍ୟାଳୟକୁ ଫୋନ୍ କରାଯାଇଥିଲେ ମଧ୍ୟ କେହି ନଉଠାଇବାରୁ ଲୋକେ ସେଠାରେ ପହଞ୍ଚି ବିଦ୍ୟୁତ ବିଚ୍ଛିନ୍ନ କରାଇଥିଲେ। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇ ଯାଇଥିଲା। ପିନ୍ଧା ଲୁଗା ବ୍ୟତୀତ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନାହିଁ।

ମତାମତ ଦିଅନ୍ତୁ ।