ରାଜ୍ୟରୁ କରୋନା ନେଲା ଆଉ ଦୁଇ ମୁଣ୍ଡ

ଭୁବନେଶ୍ଵର : ରାଜ୍ୟରେ କରୋନାରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ଏହି ସୂଚନା ଦିଆଯାଇଛି। ମୃତକଦ୍ୱୟ ପୁରୁଷ। ସେମାନେ ଗଞ୍ଜାମ ଓ ଅନୁଗୋଳ ଜିଲ୍ଲାର। ବୟସ ଯଥାକ୍ରମେ ୪୯ ବର୍ଷ ଓ ୫୭ ବର୍ଷ। ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ ପ୍ରଥମ। ଏହାପୂର୍ବରୁ କଟକ ଜିଲ୍ଲାରେ ୪, ଖୋର୍ଦ୍ଧା ଜିଲ୍ଲାରେ ୫, ପୁରୀ ଜିଲ୍ଲାରୁ ଜଣେ ଓ ବରଗଡ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।