Breaking Newsରାଜ୍ୟ

ରାଜ୍ୟରେ ଆଜି ୫୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାତଙ୍କ ସଂଖ୍ୟା ୮୧୦୬ ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୨୫ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୬ ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ ଜଲ୍ଲାରୁ କରୋନା ଆଜି ଦୁଇଜଣଙ୍କ ମୁଣ୍ଡ ନେଇଥିବାରୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି।

ଶୁକ୍ରବାର ବିଭାଗ ଦେଇଥିବା ୧୯ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରେ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ ଜିଲ୍ଲାରୁ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଜଣେ, ବଲାଙ୍ଗୀରି ୧୯, କଟକ ୮୧, ଢେଙ୍କାନାଳ ୩, ଜଗତସିଂହପୁର ୬, ଯାଜପୁର ୩, ଝାରସୁଗୁଡା ୨, କଳାହାଣ୍ଡି ୫, କେନ୍ଦ୍ରପଡା ୨, କେନ୍ଦୁଝର ୬, ଖୋର୍ଦ୍ଧା ୨୬, କୋରାପୁଟ ୪, ମୟୁରଭଞ୍ଜ ୧୦, ପୁରୀ ଜଣେ, ରାୟଗଡା ୭୬, ସମ୍ବଲପୁର ୮ ଓ ସୁନ୍ଦଗଡ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡା ଏନଡିଆରଏଫର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button