ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଜି ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ଗଞ୍ଜାମରୁ ୩ ଜଣ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ୩୪କୁ ବୃଦ୍ଧି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରର ଦୁଇ ମୃତକଙ୍କ ବୟସ ୫୧ ଓ ୬୪ ବର୍ଷ। ଏମାନେ ସମସ୍ତେ ପୁରୁଷ ବୋଲି କୁହାଯାଇଛି। ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା୨୦କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ କଟକରୁ ୪, ଅନୁଗୁଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତକ ଅଛନ୍ତି।

ମତାମତ ଦିଅନ୍ତୁ ।