ରାଜ୍ୟରେ ମିଳୁଥିବା କ୍ଷୀରରୁ ୯ ପ୍ରତିଶତ ଖାଇବା ଅନୁପଯୋଗୀ

ଭୁବନେଶ୍ୱର: ଓଡ଼ିଶା ବଜାରରେ ଉପଲବ୍ଧ କ୍ଷୀର ଉତ୍ତମ ମାନର ନୁହେଁ। ଏଥିରୁ ୫୫ ପ୍ରତିଶତ କ୍ଷୀର ନିମ୍ନମାନର ହୋଇଥିବା ବେଳେ୯ ପ୍ରତିଶତ ଖାଇବା ଅନୁପଯୋଗୀ। ଏଥିରେ କର୍କଟ ରୋଗ ସୃଷ୍ଟିକାରୀ କାରକ ଅର୍ଥାତ ଆଫ୍ଲାଟୋକ୍ସିନ ଏମ୍ ଓ୍ୱାନ୍ ରହୁଛି ବୋଲି ଗବେଷଣାରୁ ଜଣାପଡ଼ିଛି।

ବିଶେଷଜ୍ଞଙ୍କ ମତରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ଦ୍ୱାରା ଧାର୍ଯ୍ୟ ପରିମାଣଠାରୁ ଅଧିକ ପରିମାଣର ଆଫ୍ଲାଟୋକିସନ ଏମ୍ ଓ୍ୱାନ କ୍ଷୀର ରହିବା ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ରାଜ୍ୟର ବିଭିନ୍ନ ସ୍ଥାନରୁ ବଭିନ୍ନ କଂପାନିର ୧୯୨ଟି ସାଂପୁଲ ସଂଗ୍ରହ କରି ପରୀକ୍ଷା କରଯାଇଥିଲା। ସେଥିରୁ ୧୦୫ଟି ନିମ୍ନମାନର ବୋଲି ଜଣାପଡ଼ିଛି। ଦେଶରେ ନିମ୍ନମାନର କ୍ଷୀର ବିକ୍ରି କରୁଥିବା ୧୦ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ। ତାଲିକାର ପ୍ରଥମ ସ୍ଥାନରେ ରହିଛି ରହିଛି ଆନ୍ଧ୍ରପ୍ରଦେଶ। ହେଲେ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଓଡ଼ିଶା ଠାରୁ ଭଲ ମାନର କ୍ଷୀର ମିଳୁଥିବା ଜଣାପଡ଼ିଛି। କ୍ଷୀର ପ୍ୟାକେଟ ଉପରେ ଚର୍ବି ପରିମାଣ ଲେଖାଯାଉଥିଲେହେଁ ଯାହା ରହିବା କଥା, ତା’ଠୁ ଅଧିକ ରାଜ୍ୟରେ ଉପଲବ୍ଧ କ୍ଷୀରରେ ରହୁଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।