ରାଜ୍ୟରେ ୨୫୧ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୨୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଓ ଲୋକସଂପର୍କ ବିଭାଗ ଏହି ସୂଚନା ଦେଇଛି।

ବୁଧବାର ବିଭାଗ ଦେଇଥିବା ୧୯ ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱରରୁ ୨ଜଣ ଓ ବରଗଡ ଜିଲ୍ଲାରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡା ବଲଙ୍ଗୀରରୁ ୪ଜଣ, କଟକ ୩୨ଜଣ, ଦେଓଗଡ ୪ଜଣ, ଗଜପତି ୬ଜଣ, ଝାରସୁଗୁଡା ୫ଜଣ, କେନ୍ଦ୍ରାପଡା ୪ଜଣ, ଖୋର୍ଦ୍ଧା ୨୬ଜଣ, ମାଲକାନଗିରି ୧୦ଜଣ, ମୟୁରଭଞ୍ଜ ୫ଜଣ, ନୟାଗଡ ୧୪ଜଣ, ପୁରୀ ୧୨ଜଣ, ସମ୍ବଲପୁର ୨ଜଣ, ସୋନପୁର ଜଣେ, ସୁନ୍ଦରଗଡ ୭ଜଣ ଓ ଯାଜପୁର ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅମ୍ପନ ବାତ୍ୟା ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇ ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ ବାହିନୀର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।