ରାଜ୍ୟରେ ୪୫୬ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୪୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୦୯ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କାରୋନା ଆଜି ପୁଣି ଆଉ ଦୁଇଜଣଙ୍କ ମୁଣ୍ଡ ନେଇଛି। ଜଣେ ଗଞ୍ଜାମ ଓ ଅନ୍ୟ ଜଣଙ୍କ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି।

ସୋମବାର ବିଭାଗ ଦେଇଥିବା ୨୪ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରେ ୧୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵର ୧୪, ବରଗଡ ୩୩, ଭଦ୍ରକ ୧୨, ବଲାଙ୍ଗୀରି ୬, କଟକ ୧୩, ଢେଙ୍କାନାଳ ୧, ଗଜପତି ୧, ଜଗତସିଂହପୁର ୨୩, ଯାଜପୁର ୫୭, କଳାହାଣ୍ଡି ୧, କନ୍ଧମାଳ ୩, କେନ୍ଦ୍ରାପଡା ୫, କେନ୍ଦୁଝର ୨, ଖୋର୍ଦ୍ଧା ୨୧, କୋରାପୁଟ ୧୦, ମୟୁରଭଞ୍ଜ ୮, ନବରଙ୍ଗପୁର ୨୪, ନୟାଗଡ ୪, ପୁରୀ ୩, ରାୟଗଡା ୧୩, ସମ୍ବଲପୁର ୧୫ଓ ସୁନ୍ଦଗଡ ଜିଲ୍ଲାରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।