ରାଜ୍ୟରେ ୪୬୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାତଙ୍କ ସଂଖ୍ୟା ୯୦୭୦ ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୧୭ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କାରୋନା ଆଜି ପୁଣି ଦୁଇଜଣଙ୍କ ମୁଣ୍ଡ ନେଇଛି। ଜଣେ ଗଜପତି ଓ ଅନ୍ୟ ଜଣଙ୍କ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି।

ରବିବାର ବିଭାଗ ଦେଇଥିବା ୨୦ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରେ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵର ୮, ଭଦ୍ରକରୁ ୧୬, ବଲାଙ୍ଗୀରି ୩, କଟକ ୯୪, ଗଜପତି ୧୨, ଯାଜପୁର ୨୫, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡା ୫, କେନ୍ଦୁଝର ୨୫, ଖୋର୍ଦ୍ଧା ୨୭, କୋରାପୁଟ ୫, ମାଲକାନଗିରି ୧, ମୟୁରଭଞ୍ଜ ୬, ନବରଙ୍ଗପୁର ୨, ନୟାଗଡ ୨୪, ପୁରୀ ୮, ସମ୍ବଲପୁର ୧୩ ଓ ସୁନ୍ଦଗଡ ଜିଲ୍ଲାରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡା ଅମ୍ପନ ବାତ୍ୟା ଡ୍ୟୁଟିରୁ ଫେରିଥିବା ୪ଜଣ ଏନଡିଆରଏଫ ଯବାନ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।