ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ ହୋଇଛି। ଏହି ନଦୀ ଗୁଡ଼ିକ ହେଲା ମହାନଦୀ, ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀ। ସୋମବାର ବିଧାନସଭାରେ ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ସେ କହିଛନ୍ତି ଯେ ବ୍ରାହ୍ମଣୀର୪ଟି, ବୈତରଣୀର ୩ଟି, ମହାନଦୀର ୨ଟି, ଶଙ୍ଖ ଓ କୋଏଲର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। କଟକ ଓ ସମ୍ବଲପୁର ସହରର ଆବର୍ଜନା ପାଣି ଯୋଗୁଁ ମହାନଦୀ ଅଧିକ ପ୍ରଦୂଷିତ ହେଉଥିବା ବେଳେ ରାଉରକେଲା ସହରର ଆବର୍ଜନା ପାଣି, ଆରଏସ୍‌ପିର ନିର୍ଗତ ବର୍ଜ୍ୟରୁ ବ୍ରାହ୍ମଣୀର ଜଳ ପ୍ରଦୂଷିତ ହେଉଛି। ଏହି ପ୍ରଦୂଷଣ ମନୁଷ୍ୟକୃତ ବୋଲି ଆରୁଖ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।