ରାଜ୍ୟ ଅଭିଲେଖାଗାରର କଳେବର ବୃଦ୍ଧି ପାଇଁ ପ୍ରୟାସ

ଭୁବନେଶ୍ବର : ରାଜ୍ୟ ଅଭିଲେଖାଗାରର କଳେବର ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଡିଜିଟାଇଜେସନ୍‌ କାମକୁ ଗୁରୁତ୍ବ ଦିଆଯାଉଛି। ‘ଡିମାଣ୍ଡ ଅନ୍‌ ଡିଜିଟାଇଜେସନ୍‌’ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ରାଜ୍ୟ ଅଭିଲେଖାଗାର ବିଭିନ୍ନ ବିରଳ ରେକର୍ଡ, ବହି ଓ ନଥିପତ୍ରକୁ ସାଇତି ରଖୁଥିବା ବ‌େଳେ ଏବେ ଡିଜିଟାଇଜେସନ୍‌କୁ ସମାନ ଗୁରୁତ୍ବ ଦିଆଯାଉଛି। ରେକର୍ଡଗୁଡ଼ିକୁ ସଂରକ୍ଷିତ ରଖିବା ଲାଗି ଯୁଗୋପଯୋଗୀ ବ୍ୟବସ୍ଥା ଗ୍ରହଣ କରାଯାଉଛି। 

ରାଜ୍ୟ ଅଭିଲେଖାଗାରରେ ମୋଟ୍‌ ୬ଲକ୍ଷ ରେକର୍ଡ ମହଜୁଦ ଅଛି। ସେଥିମଧ୍ୟରେ କେତେକ ଗୋଟେ ପୃଷ୍ଠା ତ କେତେକ ୧୦୦ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୦ଲକ୍ଷ ଇମେଜ୍‌ ବା ଚିତ୍ରକୁ ‌ଡିଜିଟାଇଜେସନ୍‌ କରାଯାଇ ସରିଛି। ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର୍‌ର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ଡ.ରବୀନ୍ଦ୍ର ନାରାୟଣ ବେହେରାଙ୍କ ସମୟରେ ଏହି ଡିଜିଟାଇଜେସନ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ଧୀରେଧୀରେ ବୃଦ୍ଧି ପାଉଛି। ଏହା ବ୍ୟତୀତ ଡିଜିଟାଲ ରେକର୍ଡ ସଂରକ୍ଷଣ ଲାଗି ମଧ୍ୟ କାମ ଚାଲିଛି। ବିଶିଷ୍ଟ ବ୍ୟକ୍ତିବିଶେଷ, ସ୍ବାଧୀନତା ସଂଗ୍ରାମୀମାନଙ୍କ ସହ ସାକ୍ଷାତକାରର ରେକର୍ଡ ସଂରକ୍ଷିତ କରାଯାଇସାରିଛି। ତେବେ ଏଥିପାଇଁ ଉନ୍ନତ ଷ୍ଟୁଡିଓ ନଥିବାରୁ ଏହି ଅଡିଓ ଭିଜୁଆଲ ଷ୍ଟୁଡିଓକୁ ସମୟ ଉପଯୋଗୀ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ‌ଦିଆଯାଇଛି। ସରକାରୀ ସୂତ୍ରରୁ ମଧ୍ୟ ସବୁଜ ସଙ୍କେତ ମିଳିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।