ରାଶିଫଳ (ଗୁରୁବାର)

ଆଷାଢ (ମିଥୁନ) ୨୫ ଦିନ ଜୁଲାଇ ୯ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ମନ ପ୍ରସନ୍ନ ରହିବ । ବନ୍ଧୁ ସହଯୋଗ ମିଳିବ । ଆୟ ଭଲ ହେବ ।
ବୃଷ: ଆପଣଙ୍କୁ ଆଜି ସୁଖ ସନ୍ତୋଷ ପ୍ରାପ୍ତି ହେବ । ଦିନଟି ଉତ୍ତମ ଫଳଦାୟକ ହେବ ।
ମିଥୁନ: ଶରୀର ପୀଡ଼ା ଅନୁଭବ କରିବେ । ମନ ସାମାନ୍ୟ ଅସ୍ଥିର ହେବ । ମା’ ଦଶଭୂଜାଙ୍କୁ ସ୍ମରଣ କରନ୍ତୁ, ଲାଘବ ହେବ।
କର୍କଟ: ଅସୁସ୍ଥ ବୋଧ କରିବେ । ମନ ବ୍ୟାକୁଳ ହେବ । ଆୟ ସ୍ଥିର ରହିବ । ଭଗବାନ ଶିବଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ସିଂହ: ବନ୍ଧୁ ମିଳନ ଯୋଗ ରହିଛି । ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ । ଦିନଟି ମଧ୍ୟମ ଫଳଦାୟକ ହେବ ।
କନ୍ୟା: କ୍ରୋଧ ବୃଦ୍ଧି ହୋଇପାରେ । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ବୃନ୍ଦାବତୀଙ୍କୁ ଉପାସନା କରନ୍ତୁ ।
ତୂଳା: ଆଜି ଦିନଟି ଆପଣଙ୍କର ଆଲୋଚନା ଓ ପର୍ଯ୍ୟାଲୋଚନାରେ କଟିବ । ନୂତନ ଯୋଜନା ପାଇଁ ମନ ବଳାଇବେ । ସହଯୋଗ ପ୍ରାପ୍ତିର ସୂଚନା ମିଳିବ ।
ବିଛା: କଳହଯୋଗ ରହିଛି । ସତର୍କ ଅବଲମ୍ବନ କରନ୍ତୁ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ।
ଧନୁ: କାର୍ଯ୍ୟ ସଫଳ ହେବାର ଯୋଗ ରହିଛି । ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ ।
ମକର: ଆଶାବାଦୀ ହେବେ । ଶରୀର ସୁସ୍ଥ ରହିବ । ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
କୁମ୍ଭ: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର । ସର୍ବକୁଶଳ ଅନୁଭବ କରିବେ ।
ମୀନ: ବ୍ୟୟ ବୃଦ୍ଧି ଯୋଗ ରହିଛି । ସତର୍କ ହୋଇ ଖର୍ଚ୍ଚ କରନ୍ତୁ । ମାତା ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ, ଲାଘବ ହୋଇପାରେ।

ମତାମତ ଦିଅନ୍ତୁ ।