ରାଶିଫଳ (ବୁଧବାର)

ଆଷାଢ (ମିଥୁନ) ୧୭ ଦିନ ଜୁଲାଇ ୧ ତାରିଖ, ୨୦୨୦
ମେଷ: ପ୍ରୀତିଲାଭ ଯୋଗ ରହିଛି । ଆମୋଦ ପ୍ରମୋଦରେ ଦିନଟି କଟିପାରେ ।
ବୃଷ: ଗର୍ବଭାବ ମନରେ ଜାଗ୍ରତ ହେବ । ଦେହ ଓ ମନ ଭଲ ରହିବ । ଆୟ ମଧ୍ୟମ ହେବ ।
ମିଥୁନ: କୌଣସି କାମ ପାଇଁ ପରାମର୍ଶ କରିପାରନ୍ତି । ଦେହ ଓ ମନ ଭଲ ରହିବ । ଦିନଟି ମଧ୍ୟମ ଫଳଦାୟକ ହେବ ।
କର୍କଟ: କଳହ ହୋଇପାରେ । ସତର୍କ ରୁହନ୍ତୁ । ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ । ଲାଘବ ହେବ ।
ସିଂହ: ଅଧିକ ପରିଶ୍ରମ କରିବେ । ଆୟ ସ୍ଥିର ରହିବ । ଦେହ ଓ ମନ ଭଲ ରହିବ ।
କନ୍ୟା: ଆଳସ୍ୟ ବୃଦ୍ଧି ପାଇବ । କୌଣସି କାର୍ଯ୍ୟ ପାଇଁ ଅନୁତାପ କରିପାରନ୍ତି । ଆୟ ସ୍ଥିର ରହିବ ।
ତୂଳା: ଦେହ ସୁସ୍ଥ ରହିବ । କୌଣସି ସମ୍ବାଦ ମନରେ ଆଲୋଡ଼ନ ସୃଷ୍ଟି କରିପାରେ ।
ବିଛା: ପ୍ରତାରଣାର ଶିକାର ହୋଇପାରନ୍ତି । ମନ ବ୍ୟାକୁଳିତ ହେବ । ଦେହ ସୁସ୍ଥ ରହିବ ।
ଧନୁ: ଆୟ ବୃଦ୍ଧି ଘଟିବ । ସହଯୋଗ ମିଳିବ । ଦେହ ଓ ମନ ଭଲ ରହିବ ।
ମକର: ଆପଣଙ୍କ ଶ୍ରମ ସାର୍ଥକ ହେବ । ଦେହ ଓ ମନ ଭଲ ରହିବ । ପାରିବାରିକ ସହଯୋଗ ମିଳିବ ।
କୁମ୍ଭ: ଆଧ୍ୟାତ୍ମିକ ଭାବନା ବୃଦ୍ଧି ପାଇବ । ଦେହ ଓ ମନ ସୁସ୍ଥ ରହିବ । ଗୁରୁଜନଙ୍କ ପାଖରୁ ଆଶୀର୍ବାଦ ମିଳିପାରେ ।
ମୀନ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ସାମାନ୍ୟ ଅଶାନ୍ତି ଦେଖାଦେବ । ଆୟ ସ୍ଥିର ରହିବ ।

ମତାମତ ଦିଅନ୍ତୁ ।