ରାଶିଫଳ

ରାଶିଫଳ (ଶନିବାର)

ଆଷାଢ (ମିଥୁନ) ୨୦ ଦିନ ଜୁଲାଇ ୪ ତାରିଖ, ୨୦୨୦
ମେଷ: ଆଜିର ଦିନଟି ଆପଣଙ୍କର ସେବା ପୂଜାରେ କଟିପାରେ । ଦେହ ଓ ମନ ଭଲ ରହିବ । ଆୟ ସ୍ଥିର ରହିବ ।
ବୃଷ: ଆଜି ଆପଣଙ୍କର ଧନପ୍ରାପ୍ତି ଯୋଗ ରହିଛି । ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ ।
ମିଥୁନ: ଆପଣଙ୍କର ଆଜି ବନ୍ଧୁ ମିଳନ ଯୋଗ ରହିଛି । ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ । ଆୟ ମଧ୍ୟମ ହେବ ।
କର୍କଟ: ଆଜିର ଦିନଟି ଆପଣଙ୍କର ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ କଟିବ । ଆୟ ସ୍ଥିର ରହିବ । ସହଯୋଗ ମିଳିବ ।
ସିଂହ: ଆପଣଙ୍କର ଆଜି ମାନ ମନାନ୍ତର ଘଟିବାର ଯୋଗ ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ମା’ କାଳୀଙ୍କୁ ସ୍ମରଣ କରନ୍ତୁ ଲାଘବ ହେବ ।
କନ୍ୟା: ଆଜି ଆପଣଙ୍କର ଶତ୍ରୁ ବୃଦ୍ଧି ଘଟିପାରେ । ସତର୍କ ରୁହନ୍ତୁ । ହରପାର୍ବତୀଙ୍କୁ ସ୍ମରଣ କରନ୍ତୁ ଲାଘବ ହେବ ।
ତୂଳା: ଉଚ୍ଚ ଆଶା ପୋଷଣ କରିବେ । ସହଯୋଗ ମିଳିପାରେ । ଆୟ ସ୍ଥିର ରହିବ । ମନରେ ଉତ୍ସାହ ବଢ଼ିବ ।
ବିଛା: ଆଜି ଆପଣ ଆଶାବାଦୀ ହେବେ । ସହଯୋଗ କମ୍ ମିଳିବ । ଆୟ ସ୍ଥିର ରହିବ ।
ଧନୁ: ଆପଣଙ୍କର ଆଜି ଶ୍ରୀଚନ୍ଦ୍ର । ସର୍ବକୁଶଳ ଅନୁଭବ କରିବେ ।
ମକର: ଆଜି ଆପଣଙ୍କର ସୁଖ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ଆୟ ଭଲ ହେବ । ଦେହ ଓ ମନ ଭଲ ରହିବ ।
କୁମ୍ଭ: ଆଜି ଆପଣଙ୍କର ଘାତଚନ୍ଦ୍ର । ସତର୍କ ଅବଲମ୍ବନ କରନ୍ତୁ । ସୂର୍ଯ୍ୟ ଦେବଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମୀନ: ଆଜି ଆପଣଙ୍କ ମନରେ ସେବା ପୂଜାର ଭାବ ଜାଗ୍ରତ ହେବ । ଦେହ ଭଲ ରହିବ । ମନରେ ଶାନ୍ତିଭାବ ସୃଷ୍ଟି ହେବ ।

ମତାମତ ଦିଅନ୍ତୁ ।

Back to top button