ରାୟଗଡ଼ା: ଷ୍ଟେସନରୁ୨୭ ଦାଦନ ଶ୍ରମିକ ଉଦ୍ଧାର

ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ୨୭ ଦାଦନ ଶ୍ରମିକଙ୍କୁ ରାୟଗଡ଼ା ରେଳ ଷ୍ଟେସନରୁ ଜିଆରପି ଓ ରାୟଗଡ଼ା ପୋଲିସ ଉଦ୍ଧାର କରିଛି। ଏହି ଶ୍ରମିକଙ୍କ ମଧ୍ୟରେ ୧୮ ମହିଳା, ୨ପୁରୁଷ ଓ ୭ ନାବାଳିକା ରହିଛନ୍ତି। କାମ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ପୋଲିସ ଅଟକ ରଖିଛି।

ଏହି ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର।  ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟି ଓ ଚିଙ୍ଗୁଡି ଫାର୍ମରେ କାମ କରାଇବାକୁ ସେମାନଙ୍କୁ ବିଳାସପୁର-ତିରୁପତି ଏକ୍ସପ୍ରେସ ଯୋଗେ ଚାଲାଣ କରାଯାଉଥିଲା।

ମତାମତ ଦିଅନ୍ତୁ ।