ବଂଲାଦେଶୀ ରୂପଜୀବୀ ବଢାଇଛନ୍ତି ପୋଲିସର ଟେନ୍‌ସନ୍‌

ଭୁବନେଶ୍ୱର : ରାଜଧାନୀରେ ବଂଲାଦେଶୀ ରୂପଜୀବୀ। ନୂଆ ବର୍ଷକୁ ରଙ୍ଗୀନ କରିବାକୁ ସକ୍ରିୟ ହୋଇଛନ୍ତି ଦଲାଲ। କିନ୍ତୁ କମିଶନରେଟ୍ ପୋଲିସ ପାଇଁ ଏହା ଚିନ୍ତାର କାରଣ ହୋଇଛି।

ଏଇ କିଛି ଦିନ ତଳେ ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ହୋଟେଲ୍‌ ରୁମ୍‌ରେ ରହିଥିଲେ। ୭ ଦିନ ପାଇଁ ବୁକିଂ ହୋଇଥିଲା ରୁମ୍‌। ଅଭିଯୋଗ ହେଲା ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ପରେ ଲକ୍ଷ୍ମୀସାଗର ପୋଲିସ ହୋଟେଲର ମ୍ୟାନେଜର ଓ କର୍ମଚାରୀଙ୍କୁ ଗିରଫ କରିଥିଲା। ଯାଞ୍ଚ ହେବାରୁ ଜଣାପଡିଲା ଯୁବତୀ ଜଣକ ବାଙ୍ଗଲାଦେଶୀ। ଜାଲ ଆଧାର କାର୍ଡ଼ ଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି।

କଥା ଏତିକିରେ ସରିନାହିଁ। ଚର୍ଚ୍ଚା ହେଉଛି ନୂଆବର୍ଷ ଆସୁଥିବାରୁ ଅନେକ ବାଂଲାଦେଶୀ ଯୁବତୀଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି। ସମସ୍ତଙ୍କୁ ଲଗାଯାଉଛି ଦେହ ବ୍ୟବସାୟରେ। ଗ୍ରାହକମାନଙ୍କ ଡିମାଣ୍ଡ ଅନୁସାରେ ସେମାନଙ୍କୁ ବଡ ବଡ ହୋଟେଲକୁ ପଠାଉଛନ୍ତି ଦଲାଲ। ରାତିକୁ ୧୫ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ କାରବାର ହେଉଛି। ଅନୁମାନ କରାଯାଉଛି ଏହି ଯୁବତୀମାନେ ପୋଲିସକୁ ଚକମା ଦେଖାଇବା ପାଇଁ ଜାଲ ଆଧାର କାର୍ଡ କରି ରାଜଧାନୀରେ ରହୁଛନ୍ତି। ଚାକାରୀ ନାଁରେ ବାଙ୍ଗଲାଦେଶରୁ ସେମାନକୁ ଓଡିଶା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ହେଲେ ସତ କ’ଣ ?

ଏବେ ପ୍ରଶ୍ନ ଉଠୁଛି କମିଶନରେଟ୍ ପୋଲିସ କାହାକୁ ଆଗ ଧରିବ। ବାଙ୍ଗଲାଦେଶୀ ରୂପଜୀବୀ ନାଁ ସେମାନଙ୍କୁ ଆଣୁଥିବା ଦଲାଲଙ୍କୁ ? କେବଳ ସେତିକି ନୁହେଁ କେତେ ଦଲାଲ ଏହି କାର୍ଯ୍ୟରେ ସଂପୃକ୍ତ ଓ କେତେଜଣ ବାଂଲାଦେଶୀ ଯୁବତୀ ଭୁବନେଶ୍ୱରରେ ରହିଛନ୍ତି ତାହା ଜାଣିବା ବି ପୋଲିସ ପାଇଁ ଜରୁରୀ ହୋଇପଡିଛି। କାରଣ ବର୍ତ୍ତମାନ ଦେଶରେ ଅଘଟଣ ଘଟାଇବାକୁ ଆତଙ୍କବାଦୀମାନେ ପ୍ରୟାସ କରୁଛନ୍ତି। ଏନେଇ ଗୁଇନ୍ଦା ତଥ୍ୟ ମିଳିଛି। ତେଣୁ ବେଆଇନ ଭାବେ ରାଜଧାନୀକୁ ଆସିଥିବା ବାଂଲାଦେଶୀ ଯୁବତୀମାନେ ସେମାନଙ୍କ ପାଇଁ କାମ କରିବା କିଛି ଅସମ୍ଭବ ନୁହେଁ। ଯଦି ବାଂଲାଦେଶୀ ଯୁବତୀମାନେ କେବଳ ଦେହ ବ୍ୟବସାୟ ପାଇଁ ଆସିଛନ୍ତି ବୋଲି ଭାବି ପୋଲିସ ହାଲକା ମନୋଭାବ ପୋଷଣ କରେ ତେବେ ଭୁଲ ହେବ ବୋଲି ଲୋକେ କହୁଛନ୍ତି।

ପୂର୍ବରୁ କିରଗିଜ ସ୍ଥାନ, ଉଜବେକିସ୍ଥାନର ଥାଇ ଯୁବତୀ ଟୁରିଷ୍ଟ ଭିସାରା ଆସି ରାଜଧାନୀରେ ଦେହ ବ୍ୟବସାୟରେ ସାମିଲ ଥିବା ପର୍ଦ୍ଦାଫାସ ହୋଇଥିଲା। ପୋଲିସ ସେମାନଙ୍କୁ ଧରି ତାଙ୍କ ଆମ୍ବାସି ମାଧ୍ୟମରେ ନିଜ ଦେଶକୁ ପଠାଇଛି। ଏବେ ରାଜଧାନୀରେ ବିଦେଶୀ ଯୁବତୀଙ୍କ ସଂଖ୍ୟା ବଢିବା ପୋଲିସ ପାଇଁ ନିଶ୍ଚିତ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।

ମତାମତ ଦିଅନ୍ତୁ ।