ରେଳରେ ମିଳିବ ୫୦ ଟଙ୍କାରେ ଭୋଜନ

ନୂଆଦିଲ୍ଲୀ : ରେଳରେ ଯାତ୍ରୀ ମାନଙ୍କୁ ମିଳିବ ମାତ୍ର ୫୦ ଟଙ୍କାରେ ସୁସ୍ଵାଦୁ ଭୋଜନ। ଯାତ୍ରୀମାନଙ୍କ ଖାଦ୍ୟ ଉପରେ ଭାରତୀୟ ରେଳବାଇ ଗୁରୁତ୍ୱ ଦେଉଥିବା ବେଳେ ଖୁବ ଶୀଘ୍ର ଆଣିବାକୁ ଯାଉଛି ନୂଆ କ୍ୟାଟରିଙ୍ଗ ନୀତି। ଏଥିରେ ବର୍ତ୍ତମାନ ଦିଆଯାଉଥିବା ଖାଦ୍ୟରେ କିଛିଟା ପରିବର୍ତ୍ତନ ହେବ। ସାମିଲ ହେବ କମ୍ବୋ ମିଲ୍ସ। ମେନୁରେ ରାଜମା-ଭାତ, ଡାଲି-ଭାତ, ୪ ରୋଟି-ତରକାରୀ ସାମିଲ କରାଯିବ। ଡିସେମ୍ବରରୁ ଲାଗୁ ହେବ ନୂଆ ନୀତି।

ରେଳବାଇର ଫୋକସ ଏବେ ଇ-କ୍ୟାଟରିଙ୍ଗ ଓ ଫୁଡ ଅନ ଅର୍ଡର ଉପରେ ରହିଛି। ଇ-କ୍ୟାଟରିଙ୍ଗର ସଂପ୍ରସାରଣ ଦିଗରେ ରେଳବାଇ ଅଗ୍ରସର ହେଉଥିବା ବେଳେ ଡୋମିନୋଜ ସହିତ ବୁଝାମଣା କରିବାକୁ ଯାଉଛି। କେବଳ ସେତିକି ନୁହେଁ ରେଳବାଇ ଯାତ୍ରୀଙ୍କର ଟଙ୍କା ଅନୁସାରେ ଖାଦ୍ୟ ଦେବାକୁ ଯୋଜନା କରୁଛି। କାରଣ ଯାତ୍ରୀଙ୍କୁ ଠିକ ଭାବେ ଭୋଜନ ମିଳିବା ଦରକାର। ଯଦି ରେଳବାଇର ଖାଦ୍ୟ ପସନ୍ଦ ହେଉନି, ତା’ହେଲେ ଯାତ୍ରୀ ଇ-କ୍ୟାଟରିଙ୍ଗ ସୁବିଧା ନେଇପାରିବେ। ଏହି ସେବା ଖୁବ ଶୀଘ୍ର ଅନ୍ୟ ଟ୍ରେନ ଗୁଡ଼ିକରେ ସାମିଲ ହେବାକୁ ଯାଉଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।