ରୋଗୀ ଓ ସହାୟକଙ୍କ ପାଇଁ ମାଗଣା ବସ୍ ସେବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ମାଲକାନଗିରି ଜିଲ୍ଲାରେ ଦୁଇଟି ମାର୍ଗରେ ପ୍ରଦତ୍ତ ସମୟ ଅନୁସାରେ ରୋଗୀ ଓ ସେମାନଙ୍କ ସହାୟକମାନଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାଆସିବା ପାଇଁ ମାଗଣା ବସ ସେବା ଅକ୍ଟୋବର ୨୬ ତାରିଖଠାରୁ ଉପଲବ୍ଧ ହେବ।

ଗୋଟିଏ ବସ୍ ସକାଳ ୬.୩୦ ମିନିଟରେ ଜନତାପାଇଠାରୁ ବାହାରି ଯାନବାଇ, ଚିତ୍ରକୋଣ୍ଡା, ବାଲିମେଳା ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୧୦ଟାରେ ପହଞ୍ଚିବ। ଅପରାହ୍ଣ ୪ଟାରେ ମାଲକାନଗିରିରୁ ବାହାରି ଉକ୍ତ ମାର୍ଗ ଦେଇ ଜନତାପାଇରେ ରାତି ୭.୩୦ରେ ପହଞ୍ଚିବ।

ଅନ୍ ୟବସଟି ସକାଳ ୬.୩୦ ମିନିଟରେ ମୋଟୁରୁ ବାହାରି ଏମ୍.ଭି-୭୯, କାଲିମେଳା, ପଟେରୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ୧୦ଟାରେ ପହଞ୍ଚିବ। ଅପରାହ୍ଣ ୪ଟାରେ ମାଲକାନଗିରିରୁ ପ୍ରତ୍ୟାବର୍ତ୍ତନ କରି ରାତି ୭.୩୦ ମିନିଟରେ ମୋଟୁରେ ପହଞ୍ଚିବ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ଏହାଦ୍ୱାରା ଚିକିତ୍ସାସେବା ପାଇବା ସହ ବହୁଳ ଭାବେ ଉପକୃତ ହେବେ ବୋଲି ବାଣିଜ୍ୟ ଓ ପରିବହନବିଭାଗ ସୂତ୍ରରୁ ପ୍ରକାଶ।

ମତାମତ ଦିଅନ୍ତୁ ।