ରୋଗ ଦୂର କରେ ପାଟିର ଲାଳ

ବିଜ୍ଞାନ ମତରେ ରୋଗ ପାଇଁ ଔଷଧ। ତେଣୁ ପ୍ରାୟ ସମସ୍ତେ ଔଷଧ ବିଷୟରେ ଚିନ୍ତା କରନ୍ତି। କିନ୍ତୁ ମଣିଷର ପାଟିର ଲାଳରେ ଅନେକ ରୋଗ ଭଲ ହୁଏ। ଆମ ପାଟି ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ଲାଳ ତିଆରି ହୁଏ। ଏହାଦ୍ଵାରା ଶରୀରରେ ଦେଖାଦେଉଥିବା ଶହେରୁ ଅଧିକ ପ୍ରକାର ରୋଗ ଦୂର ହୋଇଥାଏ। ତେଣୁ ସକାଳେ ଉଠି ଅଧୁଆ ମୁହଁରେ ପୁରାତନ ଘାରେ ଲାଳ ଲଗାଇଲେ କିଛି ଦିନ ମଧ୍ୟରେ ଏହା ଭଲ ହୋଇଯାଏ।

ସେହିପରି ଏହାକୁ ଆଖିରେ କଜଳ ପରି ଲଗାଇଲେ ସମସ୍ତ ପ୍ରକାର ଆଖି ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଲାଳ ଚର୍ମ ରୋଗ ପାଇଁ ବେଶ୍‌ ଉପକାରୀ। ମୁହଁ ଧୋଇବା ପୂର୍ବରୁ ଗ୍ଲାସେ ପାଣି ପିଇଲେ ପାଟିରେ ଥିବା ଲାଳ ପେଟ ଭିତରକୁ ଯାଇଥାଏ। ଏହା ବିଭିନ୍ନ ପ୍ରକାର ପେଟ ସମସ୍ୟାକୁ ଦୂର କରି ଯୁବସୁଲଭ ଠାଣି ବଜାୟ ରଖେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।