Breaking Newsରାଜ୍ୟ

ରୋଷେଇ ଘରୁ ୧୪ ନାଗ ଛୁଆ ଉଦ୍ଧାର

ଯାଜପୁର: ସୁକିନ୍ଦା ବ୍ଲକ ସାରଙ୍ଗପୁର ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ରୋଷେଇ ଘରୁ ୧୪ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ପଦ୍ମଲୋଚନ ନିଜ ଘରେ ନାଗ ସାପ ଛୁଆ ବାରମ୍ବାର ବାହାରିବା ଦେଖିଥିଲେ। ଏହାପରେ ସେ ସୁକିନ୍ଦାର ସ୍ନେକ ହେଲ୍ପଲାଇନ ସଦସ୍ୟ ସୌମ୍ୟଜିତ ବେହୁରାଙ୍କୁ ଯୋଗାଯୋଗ କରିଥିଲେ। ସୌମ୍ୟାଜିତ ତାଙ୍କ ଘରେ ସବୁ ସ୍ଥାନ ତନଖି ଦେଖିବାପରେ ରୋଷେଇ ଘରର ଗ୍ୟାସ ଟାଙ୍କି କଡ଼ରେ ଥିବା ଏକ ଗାତରୁ ୧୪ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ। ସେ ନାଗ ଛୁଆଙ୍କୁ ଏକ ପ୍ଲାଷ୍ଟିକ ଜାରରେ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।

Back to top button