ଲଦାଖ, ଜାମ୍ମୁ-କାଶ୍ମୀର ଓ ହିମାଚଳରେ ଭୂମିକମ୍ପ

ଲଦାଖ: ଲଦାଖର କାରଗିଲରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ବୋଲି ଜଣାପଡ଼ିଛି । ନେଶନାଲ ସେଂଟର ଫର ସିସମୋଲଜି ମୁତାବକ ଦିନ ପ୍ରାୟ ଗୋଟାଏ ୧୧ମିନିଟ୍ ସମୟରେ କାରଗିଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର କାରଗିଲଠାରୁ ୧୧୯ କିଲୋମିଟର ଉତରପୂର୍ବ ବୋଲି ଜଣାପଡ଼ିଛି । ଲଦାଖରେ ଭୂମିକମ୍ପ ହେବାର କିଛି ସମୟ ପରେ ଜାମ୍ମୁ ଓ କାଶ୍ମୀରର ହିମାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିନ ୨ଟା ୨ମିନିଟରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୩.୬ ବୋଲି ମପାଯାଇଛି । ତେବେ ଏଥିରେ କୌଣସି ଧନ ଜୀବନ କ୍ଷୟକ୍ଷତି ଘଟି ନ ଥିବା ଜଣାପଡ଼ିଛି । ଏହା ପୂର୍ବରୁ ୧ ଜୁଲାଇରେ ଜାମ୍ମୁ-କାଶ୍ମୀରରେ ଗୋଟିଏ ଦିରେ ୨ଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ର କିସ୍ତବାଡ଼ା ବୋଲି ଜଣାପଡ଼ିଥିଲା ।

ମତାମତ ଦିଅନ୍ତୁ ।