ଲଦାଖ ଲେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଲଦାଖରେ ସୀମା ବିବାଦକୁ ଭାରତ-ଚୀନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମୁଦ୍ରପତ୍ତନ ଠାରୁ ୧୧, ୦୦୦ ଫୁଟ୍ ଉଚ୍ଚରେ ଥିବା ଫର୍‌ୱାର୍ଡ ପୋଷ୍ଟ୍‌ରେ ଭ‌ାରତୀୟ ସେନା, ବାୟୁସେନା ଓ ଆଇଟିବିପିର ଅଧିକାରୀମାନଙ୍କ ସହିତ ସେ ଆଲୋଚନା କରିଛନ୍ତି। ଏହାଛଡା ପ୍ରଧାନମନ୍ତ୍ରୀ ୧୪ କର୍ପସ୍ ଅଧିକାରୀଙ୍କୁ ଉଦ୍‌ବୋଧନ ଦେବା ସହ ଗଲୱାନ୍‌ ଉପତ୍ୟକା ସଂଘର୍ଷରେ ଆହତ ଯବାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁଯାୟୀ ଶୁକ୍ରବାର ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ମୋଦୀ ଲଦାଖର ନିମୁ ଅନ୍ତର୍ଗତ ଗୋଟିଏ ଆଗୁଆ ‌ସ୍ଥାନରେ ପହଞ୍ଚିଛନ୍ତି। ଲଦାଖରେ ଉପସ୍ଥିତ ଥିବା ଚିଫ୍ ଅଫ୍ ଡିଫେନ୍ସ୍‌ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନର୍ଦନ୍ ଆର୍ମି କମାଣ୍ଡର୍ ଅଧିକାରୀ ଜେନେରାଲ୍ ୱାଇକେ ଯୋଶୀ ଓ ଜେନେରାଲ୍ ହରିନ୍ଦର ସିଂହ ଓ ୧୪ କର୍ପସର ଅଧିକାରୀଙ୍କ ସହ ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବେ।

ମତାମତ ଦିଅନ୍ତୁ ।