ଲାଗୁହେଲା ନିୟମ : ଶ୍ରୀମନ୍ଦିର ଭିତରେ ପାନ,ଗୁଟ୍‌ଖା ଖାଇଲେ ଜରିମାନା

ଭୁବନେଶ୍ଵର : ଶ୍ରୀମନ୍ଦିର ଭିତରରେ କେହି ପାନ କିମ୍ୱା ଗୁଟ୍‌ଖା ଖାଇପାରିବେ ନାହିଁ । ଅଜିଠୁ ଉଭୟ ଭକ୍ତ ଓ ସେବାୟତଙ୍କ ପାଇଁ ଏହି ନିୟମ ହୋଇଛି । ଯିଏ ଏ ନିୟମ ନମାନିବ ତା’ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଜଣେ ସେବାୟତ କହିଛନ୍ତି,“ଏହି କଟକଣା ସ୍ୱାଗତ ଯୋଗ୍ୟ। ମନ୍ଦିର ଭିତରକୁ ଆମେ କେହି ପାନ ଖାଇ ଯିବୁ ନାହିଁ। ଯେ କେହି ମନ୍ଦିର ଭିତରେ ପାନ ଖାଇଲେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁ ସେବାୟତ ଭାଇମାନେ ପାନ-ଗୁଟ୍‌ଖା ଧରି ମନ୍ଦିର ଭିତରକୁ ଯାଉଥିବା ଆମେ ସେମାନଙ୍କୁ ହାତ ଯୋଡ଼ି ମନା କରିବୁ।”

ମତାମତ ଦିଅନ୍ତୁ ।