ଲାଲବାହିନୀଙ୍କ ଟାର୍ଗେଟ୍‌ରେ ଠିକାଦାର, ଦୁଇ ଦିନରେ ନେଲେ ୨ମୁଣ୍ଡ

ଭୁବନେଶ୍ଵର: ମାଓବାଦୀଙ୍କ ଟାର୍ଗେଟ୍‌ରେ ଠିକାଦାର। ଦୁଇ ଦିନ ମଧ୍ୟରେ ଗଲାଣି ଦୁଇ ଜଣଙ୍କ ଠିକାଦାରଙ୍କ ମୁଣ୍ଡ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବାବୁପଦର ଗାଁର ଭୀମ ବୋରା ନାମକ ଠିକାଦାରଙ୍କୁ ମାଓବାଦୀ ହତ୍ୟା କରିଛନ୍ତି।

ମିଳିଥିବା ସୂଚନାଅନୁଯାୟୀ ଗତକାଲି ରାତିରେ କିଛି ସଶସ୍ତ୍ର ମାଓବାଦୀ ଭୀମକୁ ଘରୁ ଡାକି ନେଇଥିଲେ । ପରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ପୂର୍ବରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା ବୋଲି ପରିବାର ଲୋକ କହିଛନ୍ତି। ଏହି ଘଟଣା ଲୋକଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଥିବାବେଳେ ବିଶ୍ୱନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି। ଶନିବାର ଲାଞ୍ଜିଗଡ଼ ବ୍ଲକ୍‌ ପାହାଡ଼ପଦରରେ ସରପଞ୍ଚ ଶାନ୍ତିଲତା ସାହୁଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ସାପ୍ତାହିକ ହାଟରେ ମାଓବାଦୀମାନେ ହତ୍ୟା କରିଥିଲେ ।

ମତାମତ ଦିଅନ୍ତୁ ।