ଲୋକସଭାରେ ତିନିତଲାକ ବିଲ ପାସ୍

ନୂଆଦିଲ୍ଲୀ : ଲୋକସଭାରେ ଆଜି ଟ୍ରିପିଲ ତଲାକ ବିଲ ବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍‌ ପାସ୍ ହୋଇଯାଇଛି । ଦୀର୍ଘ ସମୟ ବିତର୍କ ପରେ ଏହି ବିଲ ସପକ୍ଷରେ ୩୦୩ ଟି ଭୋଟ ପଡିଥିଲା । ତେବେ ଭୋଟିଂ ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ଜେଡିଏସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଗୁରୁବାର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଆଗତ କରିଥିଲେ । ବିଲ ଉପରେ ଅଧିକ ତର୍ଜମା ପାଇଁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ଏନଡିଏ ସହଯୋଗୀ ଦଳ ଜେଡିଏସ ଦାବି କରୁଥିଲେ । କିନ୍ତୁ ସରକାର କହିଛନ୍ତି ଏହି ବିଲ ମୁସଲିମ ମହିଳାମାନଙ୍କୁ ଲିଙ୍ଗଗତ ସମାନତା ଓ ନ୍ୟାୟ ପ୍ରଦାନ କରିବ। ଅନ୍ୟପକ୍ଷରେ ଏହି ବିଲ ଆଇନରେ ପରିଣତ ହେଲେ ମୁସଲିମ ମହିଳାଙ୍କୁ ଗୋଟିଏ ଥରରେ ତିନିଥର ତଲାକ କହି ଛାଡପତ୍ର ଦେବା କେବଳ ବେଆଇନ ହେବନାହିଁ, ଦୋଷୀ ବିରୋଧରେ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି ।

ମତାମତ ଦିଅନ୍ତୁ ।