ଶାରୀରିକ ସଂପର୍କ ପାଇଁ ଭାଇ ଓ ନିଜ ପତ୍ନୀକୁ ହତ୍ୟାକଲା ସ୍ଵାମୀ

ନୂଆଦିଲ୍ଲୀ : ପିଉସୀଙ୍କ ପୁଅ ଭାଇ ସହିତ ପତ୍ନୀର ଶାରୀରିକ ସଂପର୍କ ଥିବା ସ୍ୱାମୀ ଶୁଣିଥିଲା। କିନ୍ତୁ ଦୂହିଁଙ୍କୁ ଖଟ ଉପରେ ଏକତ୍ର ଦେଖି ପ୍ରଥମେ ସାନ ଭାଇ ଓ ପରେ ନିଜ ପତ୍ନୀକୁ ସେ ନିର୍ମମ ଭାବେ ହାଣି ହତ୍ୟା କରିଛି। ଆଉ ପୋଲିସକୁ ଫୋନ କରି ଦୋଷ ସ୍ୱୀକାର କରିଛି ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ କାନପୁର ଜିଲ୍ଲାର ନର୍ବଲ ଥାନା କ୍ଷେତ୍ରରେ ଥିବା ନରୌରା ଗାଁରେ ଘଟିଛି ଏଭଳି ଅଘଟଣ। ବିବାହ ପରେ ରାଜେଶଙ୍କ ପତ୍ନୀ ତାଙ୍କ ପିଉସୀ ପୁଅ ମନୀଷ ସହ ଅବୈଧ ସଂପର୍କ ରଖିଥିବା ରାଜେଶଙ୍କର ସନ୍ଦେହ ହେଉଥିଲା। କିନ୍ତୁ କୌଣସି ପ୍ରମାଣ ମିଳୁ ନଥିଲା। ପ୍ରମାଣ ପାଇଁ ଘଟଣା ଦିନ ରାଜେଶ ଶୋଇବାର ନାଟକ କରିଥିଲେ। ରାଜେଶ ଶୋଇ ଯାଇଥିବା ଭାବି ତାଙ୍କ ପତ୍ନୀ ମନୀଷ ଶୋଇଥିବା ଘରକୁ ଚାଲି ଯାଇଥିଲେ। କିଛି ସମୟରେ ରାଜେଶ ମନୀଷ ଶୋଇଥିବା ଘରକୁ ଆସି ଦୁହିଁଙ୍କୁ ଖଟ ଉପରେ ଦେଖିଥିଲେ। ରାଗରେ ଏକ ଧାରୁଆ ଅସ୍ତ୍ରରେ ଦୁହିଁଙ୍କୁ ହତ୍ୟା କରିବା ପରେ ରାଜେଶ ନର୍ବଲ ପୋଲିସକୁ ଫୋନ କରି ଅପରାଧ ସ୍ୱୀକାର କରିଥିଲେ। ସତ ଜାଣିବା ପାଇଁ ପୋଲିସ ରାଜେଶଙ୍କ ଘରେ ପହଞ୍ଚିଥିଲା। କ୍ଷତ ତଳେ ଦୁଇଟି ମୃତଦେହ ପଡ଼ିଥିବା ଦେଖି ପୋଲିସ ରାଜେଶକୁ ଗିରଫ କରିଥିଲା।

ମତାମତ ଦିଅନ୍ତୁ ।